ନୂଆଦିଲ୍ଲୀ,ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ର୍ରମରେ ଭାରତରେ କୋଭିଡ ଟିକାକରଣ ୧୩ କୋଟିକୁ ଅତିକ୍ରମ କରିପାରିଛି ।ଆଜି ସକାଳ ୭ଟା ସୁଦ୍ଧା ୧୯,୦୧,୪୧୩ ସେସନରେ ମୋଟ ୧୩,୦୧,୧୯,୩୧୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୧,୦୧,୭୨୮ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୮,୧୭,୨୬୨ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୫,୬୨,୫୩୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୮,୫୫,୮୨୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୭୩,୫୫,୯୪୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୫୩,୦୪,୬୭୯ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୩୫,୨୫,୬୮୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୪,୯୫,୬୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୨୫% ଟିକା ଦିଆଯାଇଛି ଆଠଟି ରାଜ୍ୟରେ ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।ଟିକାକରଣ ଅଭିଯାନର ୯୫ତମ ଦିବସ (୨୦ ଏପ୍ରିଲ ୨୦୨୧)ରେ ୨୯,୯୦,୧୯୭ ଡୋଜ୍ ଟିକା ଦିଆଯାଇଛି । ୪୨,୩୮୪ ସେସନରେ ୧୯,୮୬,୭୧୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୦୩,୪୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୯୫,୦୪୧ ନୂଆ ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣର୍ଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଆସିଥିବା ମୋଟ ନୂଆ ମାମଲାରୁ ୭୬.୩୨% ମାମଲା ଆସିଛି ।ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୨,୦୯୭ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୯,୫୭୪ ଏବଂ ଦିଲ୍ଲୀରେ ୨୮,୩୯୫ ମାମଲା ଆସିଛି ।
ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨୧,୫୭,୫୩୮ରେ ପହଞ୍ଚିଛି । ଦେଶର ମୋଟ ପଜିଟିଭ୍ ମାମଲାର ୧୩.୮୨% ରହିଛି ସକ୍ରିୟ ମାମଲା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ସିଧାସଳଖ ୧,୨୫,୫୬୧ ମାମଲା ବୃଦ୍ଧି ହୋଇଛି ।ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୦.୮୬% ମାମଲା ରହିଛି ।ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୩୨,୭୬,୦୩୯ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୮୫.୦୧% ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧,୬୭,୪୫୭ ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ଏବେ ଜାତୀୟ ମୃତ୍ୟୁହାର ହ୍ରାସ ପାଇ ୧.୧୭% ରହିଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନାରେ ୨୦୨୩ ଜଣଙ୍କ ମୃତ୍ୟୁ ହୋଇଛି ।
ଏହି ନୂଆ ମୃତ୍ୟୁ ମଧ୍ୟରୁ ୮୨.୬% ମୃତ୍ୟୁ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ଦିଲ୍ଲୀରେ ୨୭୭ ଜଣଙ୍କ ମୃତ୍ୟୁ ହୋଇଛି ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ତ୍ରିପୁରା, ସିକିମ, ମିଜୋରାମ, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।