ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଫାର୍ମାସ୍ୟୁଟିକାଲ୍ସ ବିଭାଗର ସୁପାରିଶ ଅନୁଯାୟୀ, ରାଜସ୍ୱ ବିଭାଗ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେମଡେସିଭିର ଏବଂ ଏହାର ଇଚଓ / କଝଗ ଉପରେ ଆମଦାନୀ ଶୁଳ୍କ ଛାଡ଼ କରିଛନ୍ତି । ଏହି ପଦକ୍ଷେପ ରେମଡେସିଭିର ଇଞ୍ଜେକସନର ଘରୋଇ ଉପଲବ୍ଧତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି ।