-
ବିଶ୍ୱର ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ
-
ଭୂମିକା ଗ୍ରହଣ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ
ଭାରତର ଜଳବାୟୁ ପରିବର୍ତନ ଏଜେଣ୍ଡା ଉପରେ ଆୟୋଜିତ ଆଲୋଚନାରେ ଶ୍ରୀ ପ୍ରଧାନ ଜଳବାୟୁ ପରିବର୍ତନ ଉପରେ ଭାରତ ଦ୍ୱାରା ନିଆଯାଉଥିବା ପଦକ୍ଷେପ, ପ୍ୟାରିସ ଚୁକ୍ତିର ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଭାରତରେ ଉର୍ଜା ବ୍ୟବହାର, ସ୍ୱଚ୍ଛ ଉର୍ଜା ରୂପାନ୍ତରଣ ଦିଗରେ ପ୍ରସ୍ତୁତ କରାଯାଇଥିବା ରୋଡ଼ମ୍ୟାପ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ଉଦୀୟମାନ ଅର୍ଥନୀତି ଏବଂ ବିକଶିତ ରାଷ୍ଟ୍ର ମାନଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ । ବିକଶିତ ରାଷ୍ଟ୍ର ମାନଙ୍କୁ ଜଳବାୟୁ ହାସଲ କରିବା ଲକ୍ଷ୍ୟରେ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧି ଏବଂ ଆର୍ôଥକ ସହାୟତା ଦେବା ଦିଗରେ ନେତୃତ୍ୱ ଦେବାର ଆବଶ୍ୟକତା ରହିଥିବା କହିଥିଲେ ।
ସେହିପରି ଭାରତ ଏବଂ ଆମେରିକା ତଥା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରୁଥିବା ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଡ଼ିକାର୍ବନାଇଜେସନ ଦିଗରେ ନୂଆ ଆଭିମୁଖ୍ୟର ଅନ୍ୱେଷଣ ପାଇଁ ଅଧିକ ସମନ୍ୱୟ ସ୍ଥାପନା, ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ଅଧିକରୁ ଅଧିକ ପଦକ୍ଷେପ ନେବା ସହ ହାଇଡ୍ରୋଜେନ ଭଳି ଉଦୀୟମାନ ଉର୍ଜା କ୍ଷେତ୍ରରେ ସହଯୋଗ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଅପରପକ୍ଷରେ “ଜଷ୍ଟ ଟ୍ରାନଜିକ୍ସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫ୍ୟୁଚର” କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭାରତର ଉର୍ଜା ଭବିଷ୍ୟତ, ଉର୍ଜା ପ୍ରାଥମିକତା, ଚ୍ୟାଲେଞ୍ଜ୍, ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ଅଣାଯାଇଥିବା ‘ବ୍ଲୁ ଫ୍ଲେମ ରିଭୋଲ୍ୟୁସନ’ ଏବଂ ଏହା ଦ୍ୱାରା ପରିବେଶ ଉପରେ ପଡିଥିବା ସୁପ୍ରଭାବ, ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଚର୍ଚ୍ଚା କରିଥିଲେ । ଏହାସହ ଅକ୍ଷୟ ଉର୍ଜା, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ସବୁଜ ଇନ୍ଧନର ବ୍ୟବହାର ପାଇଁ ଭାରତ କିପରି ଏକ ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି ତାହା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ଆୱାର୍ କଲେକ୍ଟିଭ୍ ସ୍ପ୍ରିଂଟ୍ ଟୁ ୨୦୩୦” ପ୍ରସଙ୍ଗରେ ନେତୃବୃନ୍ଦଙ୍କ ଅଧିବେଶନ ୧ ରେ ତାଙ୍କର ବକ୍ତବ୍ୟ ରଖିବେ । ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ୱ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ । ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ôଥକ ବିକାଶ ସହିତ ଜଳବାୟୁ କାର୍ଯ୍ୟକୁ କିପରି ଭାବେ ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି ।