
ଫେରିବା ପଥରେ ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୭ ଏପ୍ରିଲରୁ ୨୯ ଜୁନ୍ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଟା୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଟା୪୦ମି.ରେ ପହଂଚିବ । ଏହି ଟ୍ରେନରେ ୧୦ ଟି ଏସି -୩ ଟାୟାର, ୦୬ ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ । ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ରହଣି କରିବ ।