ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନେ୍ଦହଜନକ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ କରିବାକୁ ରାଜ୍ୟ କଂଗ୍ରେସ ଦାବି କରିଛି ।
କଂଗ୍ରେସ ଭବନରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ସତ୍ୟ ପ୍ରକାଶ ନାୟକ ସ୍ଥାନୀୟ ପୋଲିସ ପ୍ରଶାସନ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ଘଟଣାରେ ଯେଭଳି ତଦନ୍ତ କରୁଛି ତାହା ସନେ୍ଦହପୂର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି । ଏଯାବତ୍ ପୋଲିସର କାର୍ଯ୍ୟକଳାପ ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଖସାଇ ଦେବା ଓ ତଥ୍ୟ ପ୍ରମାଣକୁ ନଷ୍ଟ କଲାଭଳି ପ୍ରତୀୟ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କାହିଁକି ଏଯାଏଁ ହରିଦାସପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ ନକରି ଅଟକ ରଖିଛି ବୋଲି କହୁଛି । ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟକୁ ଯେଭଳି ଭାବରେ ଆତ୍ମହତ୍ୟାର ରୂପ ଦିଆଯାଉଛି, ଏହା ପଛରେ ଶାସକ ଦଳର ବଡ ବଡିଆ ନେତା ଓ ମାଫିଆଙ୍କର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ନବୀନ ବାବୁ ‘ମୋ ସରକାର’ର ପ୍ରଚାର କରୁଥିବା ବେଳେ ଜଣେ ମହିଳା ପଂଚାୟତ ବିଭାଗର ଅଧିକାରୀଙ୍କର ସନେ୍ଦହଜନକ ମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ନୀରବ, ୫-ଟି ସଚିବ ଚୁପ୍ । ସ୍ଥାନୀୟ ବିଧାୟକ ଓ ସାଂସଦଙ୍କର ଏଯାଏଁ ଦେଖାନାହିଁ । ରାଜ୍ୟ ମହିଳା କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ କୌଣସି ପ୍ରତିନିଧି ଦଳ ଗଲେ ନାହିଁ କି କମିଶନଙ୍କ ପକ୍ଷରୁ ନିଜଆଡୁ ମାମଲାକୁ ଗ୍ରହଣ କରାଯାଇନାହିଁ । ଏ ସମସ୍ତ ଘଟଣା ଦର୍ଶାଉଛି ବିଜୁ ଜନତା ଦଳ ଓ ଓଡିଶା ପ୍ରଶାସନ ପକ୍ଷରୁ ଏ ଘଟଣାକୁ ରଫାଦଫା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।
ପୋଲିସ ଅଟକ ରଖିଥିବା ଅଭିଯୁକ୍ତ ରୂପେଶ ଭଦ୍ର ଜଣେ ବିତଶାଳୀ ଠିକାଦାର । ତେଣୁ ପୋଲିସର ତଦନ୍ତକୁ ବାଟବଣା କରିବା ପାଇଁ ରୂପେଶ ଭଦ୍ରଙ୍କର ଅର୍ଥବଳ ଓ ବାହୁବଳ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏ ସମସ୍ତ ଘଟଣାକୁ ଦେଖିଲେ ରାଜ୍ୟ ପୋଲିସ ପ୍ରଶାସନର ତଦନ୍ତ ନିରପେକ୍ଷ ହେବନାହିଁ ଏବଂ ସ୍ମିତାରାଣୀ ବିଶ୍ୱାଳଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେଣୁ ଯଦି ନବୀନ ବାବୁ ବାସ୍ତବରେ ନିରପେକ୍ଷ ତଦନ୍ତ ଚାହୁଁଛନ୍ତି ଏବଂ ଦୋଷୀଙ୍କୁ ଘଂଟ ଘୋଡାଉ ନାହାନ୍ତି ତେବେ ସିବିଆଇ ତଦନ୍ତର ନିଦେ୍ର୍ଧଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳା କଂଗ୍ରେସ ବିଧାୟିକା ପ୍ରାର୍ଥôନୀ ଶ୍ରୀମତୀ ସ୍ମୃତିରେଖା ପହି ଉପସ୍ଥିତ ଥିଲେ ।