
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବାରିହାଁ ଥାନା ବାର୍ହାପଶି ଗ୍ରାମର ବୃଦ୍ଧ ହୁକୁମ ଚନ୍ଦ୍ର ମହାନ୍ତଙ୍କ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଆଜି ଭୋର ସମୟରେ ସେ ଶୌଚ ହୋଇ ଏକ ପଡ଼ିଆ ଦେଇ ଘରକୁ ଫେରୁଥିବା ବେଳେ ହଠାତ୍ ବଜ୍ରପାତରେ ସେ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଘରକୁ ଆଣି ତାଙ୍କ ଦେହରେ ଗରମ ତେଲ ମାଲିସ କରିଥିଲେ । ଦେହ ଉସୁମ ଜଣାପଡିବା ପରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।