ଗଞ୍ଜାମ, ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର ପ୍ରସୂତି ବିଭାଗରେ ଏକ ବିରଳ ଓ ଅଦ୍ଭୁତ କନ୍ୟା ସନ୍ତାନ ଜନ୍ମ ନେଇଛି । ତାର ଶରୀରରେ ହାଲି କାଇନ୍ ଇଥୋସିସରେ ଆକ୍ରାନ୍ତ ବୋଲି ଡ଼ାକ୍ତର ମାନେ କହିଛନ୍ତି । ଶିଶୁଟି ଦେଖିବାକୁ ଏଲିଅନ୍ ଭଳି । ଏ ଧରଣର ଜନ୍ମିତ ଶିଶୁ ମାନଙ୍କର ଦିନେ ଦୁଇ ଦିନ ମଧ୍ୟରେ ମୃତ୍ୟୁ ଘଟିଥାଏ ବୋଲି ଡ଼ାକ୍ତର ମାନେ ମତ ଦେଇଛନ୍ତି । ତେବେ ଶିଶୁଟି ଦୁଇ ଦିନ ହେଲା ବଂଚି ରହିଛି । ୫ରୁ ୧୦ ଲକ୍ଷ ଶିଶୁ ଜନ୍ମରେ ଏ ଧରଣର ଶିଶୁ ଜନ୍ମ ହୋଇଥାଏ ବୋଲି ଡ଼ାକ୍ତର ମାନେ ମତ ଦେଇଛନ୍ତି । ଏ ଧରଣର ଶିଶୁଙ୍କ ଚମଡ଼ା ଉପରେ ପ୍ରଭାବ ପଡିଥାଏ । ଶିଶୁଟିକୁ ଟ୍ୟୁବ ଦ୍ୱାରା ନାକ ବାଟେ ଖାଦ୍ୟ ଦିଆଯାଉଛି । ଏ ଧରଣର ବିରଳ ଶିଶୁ ଜନ୍ମ ଘଟଣା ସାଧାରଣରେ ଚକିତ କରିଛି ।