ଭୁବନେଶ୍ୱର – ରାଜ୍ୟର ତିନି ପୋଲିସ କର୍ମ·ରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ଓ କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ଜଣେ ଏସଆଇ ଓ ଦୁଇଜଣ ଏଏସଆଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଶୁକ୍ରବାର ପୋଲିସ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ସୂଚନା ଦେଇଛନ୍ତି । ସେମାନେ ହେଲେ ସବ୍ଇନ୍ସପେକ୍ଟର ବନମାଳି ନାୟକ, ଆସିଷ୍ଟାଂଟ ସବ୍ଇନ୍ସପେକ୍ଟର ବୀରବର ଲେଙ୍କା ଓ ଆସିଷ୍ଟାଂଟ ସବ୍ଇନ୍ସପେକ୍ଟର କିଶୋର କୁମାର ବାଗ୍ । କାର୍ଯ୍ୟ ସମାପନ ସମୟରେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଅପବ୍ୟବହାରରେ ଲିପ୍ତ ଥିବା ଯୋଗୁଁ ଏସପି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ପୋଲିସ୍ ଡିଜି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।
ସେଥିରେ ଦର୍ଶାଯାଇଛି ଯେ ରାଜ୍ୟରେ ୫-ଟି ନୀତି ଲାଗୁ ହେବା ପରେ ପ୍ରଶାସନରେ ସ୍ୱଚ୍ଛତା ଆଣିବା ଲାଗି ଯେଉଁ କାର୍ଯ୍ୟାନୁÂାନ ଆରମ୍ଭ ହୋଇଛି ଏହାର ପରିଣାମ ସ୍ୱରୁପ ଓଡ଼ିଶା ସର୍ଭିସ କୋଡ୍ ର ଧାରା ୭୧ ଅନୁସାରେ ଏହି ୩ ପୋଲିସ କର୍ମ·ରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।