-
ମୁଖ୍ୟମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ କରିବାକୁ ଦେଲେ ନିର୍ଦେଶ
ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢୁଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦେଶ ଦେଇନ୍ତି । ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତି ନିଆଯାଇଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଧାର୍ଯ୍ୟ ପଦ୍ଧତି ଆଧାରରେ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ । ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ପରବର୍ତୀ ସମୟରେ ପରୀକ୍ଷା କରାଯିବ । ଯଦି ମିଳିଥିବା ମାର୍କକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥାନ୍ତି ତେବେ ସ୍ଥିତି ସୁଧୁରିଲେ ସେ ପରୀକ୍ଷା ଦେଇପାରିବେ ।ଏଥିସହ ମଦ୍ରାସା ବୋର୍ଡ ପରୀକ୍ଷା ବି ବାତିଲ କରାଯାଇଛି । ତେବେ କେଉଁ ପଦ୍ଧତିରେ ମାର୍କ ମିଳିବ ସେ ନେଇ ପରେ ନିଷ୍ପତି ନିଆଯିବ । ଉଲ୍ଲେଖନୀୟ ଯେ ଆସନ୍ତା ମେ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାର ଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ ରଖିବା ଘୋଷଣା କରିବା ସହ ଚୂଡ଼ାନ୍ତ ନିଷ୍ପତି ପରେ ହେବ ବୋଲି କହିଥିଲେ । ଛାତ୍ରଛାତ୍ରୀ ତୁରନ୍ତ ଏ ନେଇ ତୁରନ୍ତ ନିଷ୍ପତି ଲାଗି ଗତକାଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଆଜି ଗଣଶିକ୍ଷା ମନ୍ତ୍ରୀ ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତି ଘୋଷଣା କରିଛନ୍ତି ।