କେନ୍ଦ୍ରାପଡା- କରୋନା ସଂକ୍ରମଣର ଦ୍ୱିତୀୟ ଲହର ର ଭୟାବହତା ସଂପର୍କରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉ ଥିବାବେଳେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିହେବା ସହ କରୋନା ଟେଷ୍ଟ ପାଇଁ ଉତ୍ସାହ ପରିଲକ୍ଷିତ ହେଉଛି । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତପ୍ରବୃତ ଭାବେ ବହୁ ବ୍ୟକ୍ତି ଦୈନିକ ଭିଡ ଜମାଉ ଥିବାରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି । ଦୈନିକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପ୍ରାୟ ୩୦୦ ଆସୁଥିବା ବେଳେ ଜିଲ୍ଲାରେ ଖୁବ କମ୍ରେ ୧୫୦୦ରୁ ଅଧିକ ବ୍ୟକ୍ତି କରୋନା ଟେଷ୍ଟ କରାଉଥିବା ସୂଚନା ମିଳିଛି । ତେବେ ଜିଲ୍ଲାରେ ୫୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।