କେନ୍ଦ୍ରାପଡା– ମହାକାଳପଡା ବ୍ଲକ ଅଧିନ ଦେଉଳିପଡା ପଂଚାୟତର ଓଳିହା ଗ୍ରାମରେ ଦୀର୍ଘ ୫୬ବର୍ଷ ହେଲା ଅନୁଷ୍ଠିତ ହେଉଥିବା ବାସନ୍ତୀ ଦୁର୍ଗାପୂଜା ଉଦ୍ଯାପିତ ହୋଇଯାଇଛି । ୫ଦିନ ଧରି ବେଲବରଣ ଷଷ୍ଠୀ ଠାରୁ ଦଶମୀ ତିଥୀ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ଗ୍ରାମ କମିଟି ସଭାପତି ସୁନାକର ମହାପାତ୍ର, ସଂପାଦକ ରଞ୍ଜନ କୁମାର ବେହେରା, ସମାଜସେବୀ ଭୀମସେନ ଦାସଙ୍କ ସମେତ ଗ୍ରାମବାସୀ ମାନେ କୋଭିଡ ନିୟମ ପାଳନ ସହ ପୂଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।