
ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହ କରୋନାରେ ରାଜ୍ୟରେ ମୃତ୍ୟୁ ବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ବଢି ୧୯୫୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏମାନଙ୍କ ମଧ୍ୟରୁ ତିନି ଜଣ ନୂଆପଡା ଜିଲ୍ଲାର ହୋଇଥିବା ବେଳେ କେନ୍ଦୁଝର ଓ ରାୟଗଡା ଜିଲ୍ଲାର ଜଣେ ଜଣେ ଅଛନ୍ତି । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲାର ଜଣେ ୪୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମେଦବହୁଳତା ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । କେନ୍ଦୁଝର ଜିଲ୍ଲାର ଜଣେ ୫୨ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲାର ୮୦ ଓ ୩୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ଉଭୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ନୂଆପଡା ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ।