ଭଏସ ଅଫ କମନ ମ୍ୟାନ ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଦାବିପତ୍ର |ଭଏସ ଅଫ କମନ ମ୍ୟାନ ର ହେକ୍ଟର ମିଶ୍ର ପ୍ରଦାନ କରିଥିବା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ..
୧ -ଜିଲ୍ଲାର ସମସ୍ତ କୋଭିଡ ସେଣ୍ଟର ଗୁଡିକୁ ପୁନଃହ କାର୍ଯ୍ୟକ୍ଷମ କରାଯାଉ |
୨ -ଅଧିକ ସଂଖ୍ୟାରେ କୋଭିଡ ସେଣ୍ଟର କାର୍ଯ୍ୟକ୍ଷମ କରିବା ସହିତ ଅଧିକ ସଂଖ୍ୟାରେ ଟିକା ପ୍ରଦାନ କରାଯାଉ |
୩ -ସର୍ବନିମ୍ନ ୨ ଟି ଭେଣ୍ଟିଲେଟର ଫିଟେଡ଼ ଆମ୍ବୁଲାନ୍ସ ପ୍ରଦାନ କରାଯାଉ |
୪ -ରାଜ୍ୟ ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଉପରେ ରୋକ ଲଗାଯାଉ |
୫ -ପୁରୀଜିଲ୍ଲା ବାହାରୁ ସ୍ୱର୍ଗଦ୍ୱାରକୁ ଅନ୍ତିମ ସତ୍କାର ପାଇଁ ଆସିବା ଉପରେ କଟକଣା ଲାଗୁ କରାଯାଉ |
୬ -ସମୁଦ୍ର କୂଳରେ ସ୍ନାନ ଉପରେ ରୋକ ଲଗାଯାଉ |
୭ – କୋଭିଡ କଟକଣା ଉଲଘଂନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଉ |
ଭଏସ ଅଫ କମନ ମ୍ୟାନ ତରଫରୁ ଉକ୍ତ ଦାବିଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବୀ ହୋଇଛି |ଦାବୀ ଗୁଡିକ କାର୍ଯ୍ୟକାରୀ ହେଲେ ପୁରୀଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସହାୟକ ହେବ ବୋଲି ସମସ୍ତଙ୍କ ଆଶା |ଉକ୍ତ ଦାବିପତ୍ର ର ନକଲ କପି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ,ପୁରୀ ଜିଲ୍ଲାପାଳ, ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି |
Related Stories
November 24, 2024
November 24, 2024