ନୂଆଦିଲ୍ଲୀ, ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି ।ଆଜି ସକାଳ ୭ଟା ସୁଦ୍ଧା ୧୮,୧୫,୩୨୫ ସେସନରେ ମୋଟ ୧୨,୨୬,୨୨,୫୯୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୧,୨୮,୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭,୦୮,୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୨,୩୩,୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫,୧୦,୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୫୫,୯୪,୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୮,୯୧,୨୯୪ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪,୦୪,୭୪,୯୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୮୧,୭୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଦେଶରେ ଦିଆଯାଇଥିବା ମୋଟ ଟିକାକରଣର ୫୯.୫% ଦିଆଯାଇଛି ଆଠଟି ରାଜ୍ୟରେ । ଗୁଜରାଟ (୧,୦୩,୩୭,୪୪୮), ମହାରାଷ୍ଟ୍ର (୧,୨୧,୧୨,୭୩୯), ରାଜସ୍ଥାନ (୧,୦୬,୯୮,୭୭୧) ଏବଂ ଉତର ପ୍ରଦେଶ (୧,୦୭,୧୨,୭୩୯)ରେ ଏକ କୋଟି ଲେଖାଏଁ ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏପ୍ରିଲ ୧୬ ତାରିଖରେ ଗୁଜରାଟରେ ଏକ କୋଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ତିନୋଟି ରାଜ୍ୟରେ ଏହି ଲକ୍ଷ୍ୟ ଏପ୍ରିଲ ୧୪ ତାରିଖରେ ହାସଲ ହୋଇଛି ।ଭାରତ ମାତ୍ର ୯୨ ଦିନରେ ୧୨ କୋଟି ଡୋଜ୍ ଟିକାକରଣର ଲକ୍ଷ୍ୟ ହାସଲ କରିଛି, ଯାହାକି ବିଶ୍ୱରେ ଦ୍ରୁତତମ । ଏହା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା ୯୭ ଦିନରେ ଏବଂ ଚୀନ ୧୦୮ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି ।ଗତ ୨୪ ଘଂ୍ଜଟ ମଧ୍ୟରେ ଦେଶରେ ୨୬ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।ଟିକାକରଣ ଅଭିଯାନର ୯୨ ତମ ଦିବସ (୧୭ ଏପ୍ରିଲ ୨୦୨୧)ରେ ୨୬,୮୪,୯୫୬ ଡୋଜ୍ ଟିକା ଦିଆଯାଇଛି । ୩୯,୯୯୮ ସେସନରେ ୨୦,୨୨,୫୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬,୬୨,୩୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଂ୍ଜଟ ମଧ୍ୟରେ ଦେଶରେ ୨,୬୧,୫୦୦ କରୋନା ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନରେ ନୂଆ ମାମଲା ମଧ୍ୟରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ।ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭,୧୨୩ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭,୩୩୪ ଏବଂ ଦିଲ୍ଲୀରେ ୨୪,୩୭୫ ମାମଲା ଆସିଛି ।ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧୮,୦୧,୩୧୬ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୨.୧୮% । ଗତ ୨୪ ଘଂ୍ଜଟ ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୨୧,୫୭୬ ମାମଲା ବୃଦ୍ଧି ହୋଇଛି ।ମହାରାଷ୍ଟ୍ର, ଛତିଶଗଡ଼, ଉତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୫.୦୨% ମାମଲା ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୩୮.୦୯% ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୮,୦୯,୬୪୩ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ଅଛି ୮୬.୬୨% ।ଗତ ୨୪ ଘଂ୍ଜଟ ମଧ୍ୟରେ ଦେଶରେ ୧,୩୮,୪୨୩ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଂ୍ଜଟ ମଧ୍ୟରେ ଦେଶରେ ୧୫୦୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।ଏହି ନୂଆ ମୃତ୍ୟୁରୁ ୮୨.୯୪% ମୃତ୍ୟୁ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୪୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୬୭ ଜଣଙ୍କ ମୃତ୍ୟୁ ହୋଇଛି ।