ଭୁବନେଶ୍ୱର – ଭାରତରେ କମ୍ୟୁନିଷ୍ଟ ପାର୍ଟି ଗଠନର ଶତବାର୍ଷିକୀ ପାଳନ ଆରମ୍ଭ ଉପଲକ୍ଷେ ଗୁରୁବାର ସି.ପି.ଆଇ.(ଏମ୍) ରାଜ୍ୟ ଦପ୍ତରରେ ପାର୍ଟିର ବରିÂ ନେତା ଶୀ୍ର ଶିବାଜୀ ପଟ୍ଟନାୟକ ଲାଲ୍ ପତାକା ଉତୋଳନ କରିଥିଲେ । ଏହା ପରେ ଅନ୍ୟତମ ବରିÂ ନେତା ତଥା ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଶୀ୍ର ଜନାର୍ଦ୍ଧନ ପତିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁÂିତ ହୋଇଥିଲା ।
ଏହି ସଭାରେ ଉଦ୍ବୋଧନ ଦେଇ ରାଜ୍ୟ ସମ୍ପାଦକ ଶ୍ରୀ ଅଳି କିଶୋର ପଟ୍ଟନାୟକ କହିଲେ ଯେ ୧୯୧୯ ମସିହା ଅକ୍ଟୋବର ୧୭ ତାରିଖରେ ପ୍ରଥମେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଠନ କରାଯାଇଥିଲା ଓ ପରେ ପରେ କମ୍ୟୁନିଷ୍ଟ ଆର୍ନ୍ତଜାତୀୟ ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲା । ଇଂରେଜ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ପୂର୍ଣ୍ଣ ସ୍ୱରାଜର ଆହ୍ୱାନ ପ୍ରଥମେ କମ୍ୟୁନିଷ୍ଟ ମାନେ ହିଁ ଦେଇଥିଲେ । ପାର୍ଟିର ବରିÂ ନେତା ଶୀ୍ର ଶିବାଜୀ ପଟ୍ଟନାୟକ କହିଲେ ଯେ କମ୍ୟୁନିଷ୍ଟମାନେ ଦେଶର ସ୍ୱାଧୀନତା ପାଇଁ ଚରମ ତ୍ୟାଗ ପ୍ରଦର୍ଶନ କରିଛନ୍ତି । ବରିÂ ନେତା ଶୀ୍ର ଜନାର୍ଦ୍ଧନ ପତି ତାଙ୍କର ସଭାପତିତ୍ୱ କରିଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକମଣ୍ଡଳୀ ସଭ୍ୟ ଶୀ୍ର ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ରାଜ୍ୟ କମିଟି ସଭ୍ୟା ତାପସୀ ପ୍ରହରାଜ, ଅଭିରାମ ବେହେରା ଓ ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ସାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।