ଭୁବନେଶ୍ୱର,କରୋନା ମହାମାରୀର ଲଗାତାର ଭାବରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ପରବର୍ତୀ ଘୋଷଣା ଯାଏ ସ୍ଥଗିତ ରଖାଯାଇଛି । ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ଏନଟିଓ ପକ୍ଷରୁ କୁହା ଯାଇଛି ଯେ ଏହାକୁ ନେଇ ପୁଣି ଥରେ ତାରିଖ ଘୋଷଣା କରାଯିବ । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ଜଣାଇ ଦିଆଯିବ ବୋଲି କୁହା ଯାଇଛି ।