-
ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାଯ୍ୟକ୍ରମ,
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ସହର ବିଜେଡି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶ୍ରୀମନ୍ଦିର ସମ୍ମୁଖରେ ରାଜ୍ୟ ବିଜୁ ଯୁବ ଜନତା ଦଳ ଉପ ସଭାପତି ଶୁଭାଶିଷ୍ ଖୁଣ୍ଟିଆ ଙ୍କ ନେତୃତ୍ୱରେ ଶତାଧିକ ଯୁବକର୍ମୀ ମାନେ ଦୀପଦାନ କରି ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।ମାର୍କେଟ ଛକ ଠାରେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଅନୁଷ୍ଠାନ ତରଫରୁ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା।ଏହାପରେ ମେଡିକାଲ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରାଯାଇଥିଲା ।ଓଡ଼ିଶା ମୋ ପରିବାର ତରଫରୁ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାଯ୍ୟକ୍ରମ କରାଯାଇଥିଲା।ଏହାପରେ ବ୍ରହ୍ମଗିରି ସିନେମା ହଲ ଛକ ଦାସରଥୀ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାଯ୍ୟକ୍ରମ କରାଯାଇ ୭୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ମୋ-ଓଡିଶା ମୋ-ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମେଗା ରକ୍ତ ଦାନ ଶିବିର କୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଉଦଘାଟନ କରିଥିଲେ । ୨୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ଏହି ସବୁ କାଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ର ପୂର୍ବତନ ନଗରପାଳ ତଥା ରାଜ୍ୟ ପରିଷଦ ସଦସ୍ୟ ଗୌରହରି ପ୍ରଧାନ, ପୁର୍ଣ ଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ଦାସ, ସଙ୍ଖମିତ୍ର ସିଂହାରି, ରାଜା ମୁରୁଡ଼ି, ଶ୍ୟାମ ପ୍ରକାଶ ସେନାପତି, ନଗର ସଭାପତି ଶ୍ରୀ ସବ୍ୟସାଚି ମହାପାତ୍ର ,ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ଶାନ୍ତିଲତା ପ୍ରଧାନ, ବେଣୁଧର ସେଠୀ , ଜିଲ୍ଲା ପରିଷଦ ସଦସ୍ୟ ଦିବାକର ପାତ୍ର,ଶ୍ରୀ ପ୍ରକାଶ ମିଶ୍ର, ଜୀବନ ବିନ୍ଦୁ ସଂଯୋଜକ ଭଗବାନ ପଢିଆରି,ପ୍ରସନ୍ନ କୁମାର ମହାପାତ୍ର (ବିଜେଡି କୋଷାଧ୍ୟକ୍ଷ ଓ ମିଡିଆ ମୁଖପାତ୍ର ),ରମେଶ ପ୍ରହରାଜ ରାଜ୍ୟ ଯୁବ ସଂପାଦକ, ଷ୍ଟଲିନ ରାଜ୍ୟ ଛାତ୍ର ସଂପାଦକ, ସୁନିଲ୍ ମହାନ୍ତି ରାଜ୍ୟ ଯୁବ ଉପସଭାପତି, ପୂର୍ବତନ କାଉନସିଲର ନାରାୟଣ ପଟ୍ଟନାୟକ, ଭକ୍ତ୍ ଚରଣ ଦାସ,ପ୍ରଦୀପ୍ତ କୁମାର ନାୟକ, ପ୍ରିତମ ଜଗଦେବ,ବଳରାମ ରେଡି,ସୁମନ୍ତ ସାହୁ,ସରୋଜ ନାୟକ ଜିଲ୍ଲା ସଂପାଦକ ଯୁବ ବ୍ୟାପାର ,ରାଜେଶ ରଥ ଛାତ୍ର ସଭାପତି ,ତାପସ ପଟ୍ଟନାୟକ, ବିନୋଦିନୀ ଦାସ, ଦିପ୍ତିରେଖା ରାଉତରାଏ,ବିଜୟ ମିଶ୍ର ହରିହର ସାହିନାୟକ,ବାପିନ ଶତପଥି,ନୀଳକଣ୍ଠ ନାୟକ, ଅମୃତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।