
ନୂଆଦିଲ୍ଲୀ, କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ସିବିଆଇର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା ।ଉଲ୍ଲେଖନୀୟ ଯେ ସେ ୧୯୭୪ ବ୍ୟାଚ୍ର ବିହାର କ୍ୟାଡର ‘ଆଇପିଏସ୍’ ଅଧିକାରୀ ଥିଲେ । ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦେଶକ ଥିଲେ ।