
ସମ୍ବଲପୁର – ୧୫ ଓ ୧୬ ଅକ୍ଟୋବର ୨୦୧୯ରେ ସମ୍ବଲପୁର ରେଳ ମଣ୍ଡଳର ରେଳବାଇ କମୁ୍ୟନିଟି ହଲଠାରେ ସର୍ବଭାରତୀୟ ରେଳ ସୁରକ୍ଷାବଳ ବଡ଼ି ବିଲଡ଼ିଂ ପ୍ରତିଯୋଗିତା-୨୦୧୯ ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ, ଦକ୍ଷିଣ ରେଳବାଇ, ପୂର୍ବ ରେଳବାଇ, କେନ୍ଦ୍ରୀୟ ରେଳବାଇ ଓ ଆରପିଏସଏଫ ରୁ ସମୁଦାୟ ୧୭ ଜଣ ପ୍ରିତିଯୋଗୀ ଅଂଶଗ୍ରହଣ କରିଥିଲେ । ମଣ୍ଡଳ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ, ସୁନ୍ଦର ସ୍ୱାସ୍ଥ୍ୟ ରୋଗ ଓ ଅସୁସ୍ଥତାରୁ ମୁକ୍ତି ପ୍ରଦାନ କରିଥାଏ ଏବଂ ଜଣେ ସୁସ୍ଥ ଲୋକର ଶାରୀରିକ, ମାନସିକ ଏବଂ ସାମାଜିକ ସ୍ତରରେ ବିକାଶ ହୋଇଥାଏ । ପ୍ରଥମ କରି ସମ୍ବଲପୁର ମଣ୍ଡଳ ଏହି ସର୍ବଭାରତୀୟ ରେଳ ସୁରକ୍ଷା ବଳ ବଡ଼ି ବିଲଡିଂ ପ୍ରତିଯୋଗିତା ସଫଳ ଭାବେ ଆୟୋଜିତ ହୋଇଛି ବୋଲି ସେ କହିଥିଲେ ।
ଏହି ପ୍ରତିଯୋଗିତାରେ ମିଷ୍ଟର ଆରପିଏଫ ଭାବେ ଏ. ଜିତିନ୍ ଏବଂ ଦକ୍ଷିଣ ରେଳବାଇକୁ ବିଜେତା ଟିମ୍ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୬୦ କେ.ଜି. ବର୍ଗର ଏନ. ସେଥିଲି କୁମାର, ୬୫ କେଜି ବର୍ଗରେ ଏ. ଜିତିନ୍, ୮୦ କେଜି ବର୍ଗରେ ଅଶୋକ କୁମାର, ୮୫ କେଜି ବର୍ଗରେ ଏସ.ଏନ୍. ଜମାଦାର, ୯୦ କେଜି ବର୍ଗରେ ଗୋପାଲ ଦତ, ୯୫ କେଜି ବର୍ଗରେ ପି. ରବି କୁମାର ଏବଂ ୧୦୦ କେଜି ବର୍ଗରେ ଏସ. ବିଜୟ କୁମାରଙ୍କୁ ମୁଖ୍ୟ ଅତିଥି, ମଣ୍ଡଳ ରେଳ ପ୍ରବନ୍ଧକ, ଡକ୍ଟର ଜୟଦୀପ ଗୁପ୍ତା ପୁରସ୍କାର ପ୍ରଦାନ କରିଥିଲେ ।
ଉକ୍ତ ପ୍ରତିଯୋଗିତାରେ ସର୍ବଶ୍ରୀ ବିଶ୍ୱମ୍ବର ବହିଦାର, ଆର୍ତତ୍ରାଣ ପ୍ରଧାନ, କିଶୋର ମିଶ୍ର, ଡୋଳାମଣି ମେହେର ଓ ଶିଶିର ବହିଦାର ବିଚାରକ ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିରିକ୍ତ ମଣ୍ଠଳ ରେଳ ପ୍ରବନ୍ଧକ, ଏଲ.ଭି.ଏସ.ଏସ ପାତ୍ରଡ଼ୁ, ବରିÂ ମଣ୍ଡଳ ସୁରକ୍ଷା ଆୟୁକ୍ତ ଏ. କେ. ବର୍ଣ୍ଣିୱାଲ, ରେଳ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।