ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ନୂଆ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତରଙ୍କୁ କୋଭଡ୍ ହସ୍ପିଟାଲ ଓ ସାମାନ୍ୟ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରି ପୌରାଚଂଳରୁ ଜଣେ, ମାଲକାନଗିରି ବ୍ଲକ୍ ପାଣ୍ଡ୍ରିପାଣି ଓ ଝରାପାଲି ପଂଚାୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏଥିସହ ସପ୍ତାହକ ମଧ୍ୟରେ ଜିଲ୍ଲାରେ ମୋଟ୍ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।