ବାରିପଦା, ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଯାହା ଜଣାପଡିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଚିକଟା ମାଟିଆ ଅଞ୍ଚଳରେ । ସୂଚନା ମୁତାବକ, ଚିଟିକାମାଟିଆର କାର୍ତ୍ତିକ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିରୁ ଏହି ତିନି ଜଣ ଯୁବକ ବୋରିଂ ମୋଟର ଚୋରି କରି ବିକି ଦେଇଥିବାରୁ ସେମାନଙ୍କୁ ଧରି ଗଛରେ ବାନ୍ଧି ଏଭଳି ଦଣ୍ଡ ଦେଉଛନ୍ତି ଖୋଦ କାର୍ତ୍ତିକ ହେମ୍ବ୍ରମ । ତେବେ ଏଭଳି ଏକ ସାଙ୍ଘାତିକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଇନକୁ ହାତକୁ ନେବା କେତେ ଯୁକ୍ତି ଯୁକ୍ତ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।