ଶ୍ରଦ୍ଧାଞ୍ଜଳି ଜଣାଇ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜି. ରୁଦ୍ର ରାଜୁ କହିଲେ ଯେ ସ୍ୱର୍ଗତ ମଙ୍ଗରାଜ କଂଗ୍ରେସ ଦଳର ଜଣେ ସଚ୍ଚା କର୍ମୀ ଥିଲେ । ତାଙ୍କର ମୃୃତ୍ୟୁରେ ଦଳ ଜଣେ ଉତମ ସୈନିକଙ୍କୁ ହରାଇଲା । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ପ୍ରଭାରୀ ଡ. ଏ ଚେଲାକୁମାରଙ୍କ ପକ୍ଷରୁ ଶ୍ରୀ ରାଜୁ ଗଭୀର ସମବେଦନା ଜଣାଇଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ପିସିସି କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ପ୍ରଦୀପ ମାଝୀଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ରାମଚନ୍ଦ୍ର ଖୁଂଟିଆ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ସ୍ୱର୍ଗତ ମଙ୍ଗରାଜଙ୍କର ଜୀବନୀ ଓ ସାଂଗଠନିକ ଦକ୍ଷତା ସଂପର୍କରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ରାଉତରାୟ, ଯୁଧିଷ୍ଠିର ଜେନା, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ୱଜିତ୍ ଦାଶ, ହଳଧର ସେଠୀ, ପଦ୍ମାକର ଗୁରୁ, ମାନସ ଆଚାର୍ଯ୍ୟ, ଶ୍ରୀଧର ବଳିୟାରସିଂ, ଦେବୀ ପ୍ରସାଦ ବାହାଲିଆ, ସାଗର ପରିଡା, ସୀମାନ୍ତ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।