ଭୁବନେଶ୍ୱର – ଇଲେକ୍ଟ୍ରୋନିr ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଅ·ନକ ଓକାକ୍ ଟାୱାର ପରିଦର୍ଶନ କରି ବିଭିନ୍ନ ଭିତିଭୂମି ଏବଂ ସରକାରୀ କାର୍ଯ୍ୟର ତଦାରଖ କରିଛନ୍ତି ।
ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ବେହେରା ଇନ୍କୁ୍ୟବେସନ୍ ସେଂଟର ପରିଦର୍ଶନ କରି ଷ୍ଟାର୍ଟ ଅପ୍ ଓଡ଼ିଶା ଜରିଆରେ ସେଠାରେ ପ୍ରତÂାା କରିଥିବା କମ୍ପାନୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ନୂଆ କରି ଆସିବାକୁ ଥିବା କମ୍ପାନୀଗୁଡ଼ିକ ଲାଗି ଆବଶ୍ୟକ ସ୍ଥାନ ମଧ୍ୟ ମନ୍ତ୍ରୀ ବୁଲି ଦେଖିଥିଲେ ।
ଏଥି ସହ ମନ୍ତ୍ରୀ ଶ୍ରୀ ବେହେରା ମୋ ସରକାର କଲ୍ସେଂଟର ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଏହାର ପରି·ଳନା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ, ଲୋକାଭିମୁଖୀ ଏବଂ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ସମସ୍ତ ଭିତିଭୂମି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଜଣେ ଉତମ ନାଗରିକ ଭାବେ ସରକାରୀ କାର୍ଯ୍ୟାଳୟରେ ଏସି, ବିଜୁଳି ଏବଂ ବ୍ୟବହାର ଯୋଗ୍ୟ ଜଳର ସଠିକ୍ ବିନିଯୋଗ ଉପରେ କର୍ମ·ରୀଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ବେହେରା ଇଲେକ୍ଟ୍ରୋନିr ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଏବଂ ଓକାକ୍ର ଜେନେରାଲ୍ ମ୍ୟାନେଜର ମଧୁମିତା ରଥଙ୍କ ସହ ଓକାକ୍ର କାର୍ଯ୍ୟାବଳୀ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ ।
Related Stories
November 24, 2024
November 24, 2024