-
ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଇଲେ ସିଇଓ
ଲୋହାନୀ ଏକ ସାମ୍ବାଦିକ ସମ୍ମିାଳନୀରେ ଜଣାଇଛନ୍ତି । ନିର୍ବାଚନ କମିଶନ ନୂଆ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପିପିଲି ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଇନତଃ ରିଟର୍ଣ୍ଣିଂ ଅଫିସର ଉପ-ନିର୍ବାଚନକୁ ସ୍ଥଗିତ ରଖିଥିଲେ । ଏହାପରେ ଏ ନେଇ ଗତକାଲି ହିଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ଏହା ପରେ ନିର୍ବାଚନ ଆୟୋଗ ନୂଆ ତାରିଖ ଘୋଷଣା କରିବେ ବୋଲି ସେ କହିଛନ୍ତି । ନୂଆ କରି ବିଜ୍ଞପ୍ତି ଜାର ହେବା ପରେ ଯେଉଁ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି କେବଳ ସେହି ଦଳ ପ୍ରାର୍ଥୀ ଦେଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।