ଜୟପୁର – ବାରମ୍ବାର ନାରୀଙ୍କ ପାଇଁ ସରକାର କଡ଼ା କାନୁନ୍ ନିୟମ କରିଛନ୍ତି ହେଲେ କେତେ ଜଣ ନାରୀଙ୍କୁ ସମ୍ମାନ ଦେଉନାହାନ୍ତି ଓ ସରକାରଙ୍କ ନିୟମକୁ ଖାତିର କରୁନାହାନ୍ତି । ପୁଣି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାର କୋଟପାଡ଼ ଠାରେ । କୋଟପାଡ଼ ଏନଏସି ଅନ୍ତର୍ଗତ ବଡ଼ ଦୁଆର ସାହିର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭର ଦେଖାଇ ଦୀର୍ଘ ପାଂଚ ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ । ଏବେ ପ୍ରତାରଣା କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏ ନେଇ କୋଟପାଡ଼ ଥାନାରେ ଅଭିଯୋଗ ହୋଇଛି । କୋଟପାଡ଼ ବଡ଼ ଦୁଆର ସାହିର ଯୁବକ ବିକ୍ରମ ମହାପାତ୍ର ପ୍ରେମ କରୁଥିଲେ । ବିକ୍ରମ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ବିକ୍ରମ ମହାପାତ୍ର ତାଙ୍କୁ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଜୋର ଜବରଦସ୍ତ ଔଷଧ ଖୁଆଇ ଗର୍ଭପାତ କରି ଦେଇଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ଏ ମାମଲାରେ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବତୀ ଜଣକ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ଯେ, ମୋତେ ନ୍ୟାୟ ମିଳିବା ଦରକାର ।
Related Stories
November 24, 2024