
ସମ୍ବଲପୁର, ସମ୍ବଲପୁର ବୁର୍ଲା ଭିମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ କରା ଯିବ । କୋଭିଡ୍ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।ଆଜି ସକାଳେ ମୁଖ୍ୟ ଶାସନ ସଚିବ ସମ୍ବଲପୁରରେ ପହଂଚି ଥିଲେ ଓ କରୋନା ସଂପର୍କରେ ସ୍ଥିତିର ସମୀକ୍ଷା କରିଥିଲେ । ସେ କରୋନା ସ୍ଥିତି ବାବଦରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ବୁର୍ଲା ଭିମସାରରେ ଥିବା କୋଭିଡ ହସ୍ପିଟାଲକୁ ବୁଲି ଦେଖିବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବୁର୍ଲା ଭିମସାରରେ ୩ ଶହ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ କରାଯିବ । ଏହି ୩ ଶହ ଶଯ୍ୟାରୁ ୨୫୦ ଟି ବେଡ଼ରେ ଅକ୍ସିଜେନ ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ ଆଉ ୫୦ ଟି ଆଇସିୟୁ ବେଡ଼ ରହିବ । ଆଗାମୀ ଦଶ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ।