ନୂଆଦିଲ୍ଲୀ, ବାବା ସାହେବ ଆମ୍ବେଡକରଙ୍କ ଜୟନ୍ତୀରେ ରାଷ୍ଟ୍ରପତି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଯେ – ଭାରତୀୟ ସମ୍ବିଧାନର ପ୍ରମୁଖ ଶିଳ୍ପୀ, ବାବାସାହେବ ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି । ଡ. ଆମ୍ବେଡକର ସମତାମୂଳକ ନ୍ୟାୟପୂର୍ଣ ସମାଜ ନିର୍ମାଣ ପାଇଁ ଆଜୀବନ ସଂଘର୍ଷ କରିଥିଲେ । ଆଜି ଆମେ ତାଙ୍କର ଜୀବନ ତଥା ବିଚାରରୁ ଶିକ୍ଷା ଗ୍ରହଣ କରି ତାଙ୍କର ଆଦର୍ଶକୁ ନିଜେ ଆଚରଣରେ ପରିଣତ କରିବାକୁ ସଂକଳ୍ପ ନେବା ଉଚିତ ।