
ନୂଆଦିଲ୍ଲୀ, ଓଡିଆ ନବ ବର୍ଷ ଓ ମହା ବିଷୁବ ସଂକ୍ରାନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଓଡିଆ ନବ ବର୍ଷ ଏବଂ ମହା ବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ଓଡିଶାର ଜନ ସାଧାରଣଙ୍କୁ ହାର୍ଦିକ ଶୁଭେଚ୍ଛା । ନୂଆ ବର୍ଷରେ ଆପଣ ମାନଙ୍କର ମନୋସ୍କାମନା ପୂର୍ଣ ହେଉସ ଏହା ହିଁ ମୋର ପ୍ରାର୍ଥନା । ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରୁଛି ।