ପୁରୀ, ମହାବିଷୁବ ସଂକ୍ରାନ୍ତୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଦେଉଳପଡ଼ାସ୍ଥିତ କମଳେଶ୍ୱର ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ୧୩ ତାରିଖ ସକାଳ ୬ଟା ଠାରୁ ଜାରୀ ହୋଇଥିବା ଏହି କଟକଣା ଆସନ୍ତା ୧୬ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତର ରହିବ । ତେବେ ସେବକ ମାନେ ଠାକୁରଙ୍କ ନୀତିକାନ୍ତି ଯଥା ବିଧି ଜାରୀ ରଖିଛନ୍ତି ।