ଗଞ୍ଜାମ, କରୋନାର ପ୍ରଥମ ଲହର ସମୟରେ କୋଭିଡ୍ କେୟାର କେନ୍ଦ୍ରରେ କାର୍ଯ୍ୟ କରିଥିବା ଅଙ୍ଗନବାଡ଼ିକର୍ମୀଙ୍କୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଘୋଷିତ ଅର୍ଥ ପ୍ରଦାନ କରିନଥିବା ଯୋଗୁଁ ଗଞ୍ଜାମ ଜିଲା ଅଙ୍ଗନବାଡ଼ି କର୍ମୀମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସମୟରେ କୋଭିଡ୍ ଯୋଦ୍ଧା ରୂପେ କାର୍ଯ୍ୟ କରି ସହିଦ୍ ହୋଇଥିବା ତିନି ଜଣ ତଥା ବୁଗୁଡା ବ୍ଳକ ଭାରତୀ ସ୍ୱାଇଁ, ବେଲଗୁଣ୍ଠା ବ୍ଲକ ପ୍ରିୟଙ୍କା ପ୍ରଧାନ ଓ ଦିଗପହଣ୍ଡି ବ୍ଲକର ଏମ .ମାକାଂମ୍ମାଙ୍କୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ସହାୟତା ପ୍ରଦାନ କରାଯାଇନଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଏସବୁ ପ୍ରାପ୍ୟ ପ୍ରଦାନ କରିବାକୁ ଶେରଗଡ ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ସଭାନେତ୍ରୀ ତଥା ଜିଲା ସଭାନେତ୍ରୀ ରଞ୍ଜିତା ରଥ ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହି ଓବିଏମସି ଗଞ୍ଜାମ ସମ୍ପାଦକ ଗୌରୀପ୍ରସାଦ ପଟ୍ଟନାୟକ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲାର ସମସ୍ତ ସିଡିପିଓ, ବିଡିଓ, ଉପଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ମଧ୍ୟ ଏହି ଦାବି ପତ୍ରର ନକଲ ପ୍ରଦାନ କରଯାଇଛି । ତୁରନ୍ତ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏସୋସିଏସନ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।