ଗୁଜରାତରେ ଗତ ୨୪ ଘଂଟାରେ ୬,୦୨୧ କରୋନାର ନୂଆ ମାମଲା
ଗାନ୍ଧୀନଗର , ଗୁଜରାତରେ ଗତ ୨୪ ଘଂଟାରେ ୬,୦୨୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୦,୬୮୦ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୪,୮୫୫ ହୋଇଛି ।