-
ଧର୍ମେନ୍ଦ୍ର କହିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ସହ କଥା ହେବେ
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ – ରାଜଧାନୀର ଯେଉଁ ଅଂଚଳରେ ମୁଁ ରହିଛି, ସେହି ଅଂଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୋତେ ସାକ୍ଷାତ୍ କଲେ ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ସାକ୍ଷାତ୍ ସମୟରେ ସାଲିଆ ସାହି ବାସିନ୍ଦା ନିଜ ଦୁଃଖ ଜଣାଇଛନ୍ତି । ଦୀର୍ଘ ଦିନର ଦାବି ତଥା ସେମାନଙ୍କୁ ସେହି ସ୍ଥାନର ସ୍ଥାୟୀ ପଟ୍ଟା, ଘର ପ୍ରଦାନ ପ୍ରସଙ୍ଗ ଉଠାଇଥିଲେ । ତେବେ ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ନୂଆ ରାଜଧାନୀକୁ ସେମାନଙ୍କ ପରିଶ୍ରମର ଝାଳରେ ତିଆରି କରିଛନ୍ତି । ’ଆମେ ଭଲ ଘରେ ଓ ଭଲରେ ରହୁଛୁ’ , ଏଥିରେ ସେମାନଙ୍କର ବଡ଼ ଯୋଗଦାନ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ତେବେ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ହେବା ଦରକାର । ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, କେନ୍ଦ୍ର ଗୃହ ନିର୍ମାଣ ମନ୍ତ୍ରୀ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ସହ କଥା ହେବି । ଏହି ସମସ୍ୟାର ସ୍ଥାୟୀ ସମାଧାନ ସହିତ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ତା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।