– କନ୍ଧମାଳ ଓ ମୟୁରଭଂଜ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ
ଭୁବନେଶ୍ୱର – କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଆଜିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଆଜି ଭୁବନେଶ୍ୱରଠାରେ ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗର ବରିÂ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଦଳ ୨ ଭାଗରେ ବିଭକ୍ତ ହୋଇ ମୟୁରଭଂଜ ଓ କନ୍ଧମାଳ ଜିଲ୍ଲା ଗସ୍ତ କରିବେ । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଗୋଟିଏ ଦଳ କନ୍ଧମାଳ ଜିଲ୍ଲା ଏବଂ ଡାଃ ଅରୁଣ କୁମାରଙ୍କ ନେତୃତ୍ୱରେ ଅନ୍ୟ ଦଳଟି ମୟୁରଭଂଜ ଜିଲ୍ଲା ଗ୍ରସ୍ତ କରିବେ । ଏହି ଗସ୍ତ ସମୟରେ ସେମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ କାର୍ଯ୍ୟକ୍ରମ , ସଂକା୍ରମକ ଓ ଅଣସଂକା୍ରମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢିକରଣ ନିମନ୍ତେ ନିଆଯାଇଥିôବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରି ଜ୍ଞାନ ଆହରଣ କରିବେ । ଏଥି ସହିତ ରାଜ୍ୟ ସ୍ୱସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଗୁଡ଼ିକୁ କିପରି ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି ଆଲୋଚନା କାଳରେ ସୂଚନା ଦେଇଛନ୍ତି । ଯେଉଁ ଯେଉଁ କ୍ଷେତ୍ରରେ ଅଧିକ କିଛି କରାଯିବାର ଆବଶ୍ୟକତା ଥିବ ସେନେଇ ମଧ୍ୟ ସେମାନେ ପରାମର୍ଶ ଦେବେ ।
ବର୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ମୋ ସରକାର, ୫- ଟି, ମାନବ ସମ୍ବଳ ବ୍ୟବସ୍ଥା ଏବଂ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ସେମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନିତି ଭିଜନ-୨୦୨୫ ସଂପର୍କରେ ମଧ୍ୟ ଡ଼ଃ ମେହେର୍ଦ୍ଧା ସୂଚନା ଦେଇଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହୋଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ ମାଗଣାରେ ରକ୍ତ ଯୋଗାଣ, ନିଦାନ, ଗର୍ଭବତୀ ମହିଳା ମାନଙ୍କୁ ମାଗଣା ପରିବହନ ବ୍ୟବସ୍ଥା ଆଦି ସଂପର୍କରେ ଆଲୋକପାତ କରିଥିଲେ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଠାରୁ ସିଧାସଳଖ ଟେଲିଫୋନ ମାଧ୍ୟମରେ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସଂପର୍କରେ ମଧ୍ୟ ଶ୍ରୀମତୀ ପଣ୍ଡିତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଧିଶିକା ୟାମିନୀ ଷଡ଼ଙ୍ଗୀ, ସ୍ୱତନ୍ତ୍ର ସଚିବ ଡ଼ଃ ହର ପ୍ରସାଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକ ଡ଼ଃ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିଦେ୍ର୍ଧଶକ ଡ଼ଃ ସରୋଜ ନାୟକ, ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡ଼ଃ ଅଜିତ୍ ମହାନ୍ତି, ଯୁଗ୍ମ ସଚିବ ଗୁହା ପୁନମ୍ ତାପସ କୁମାରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଦୁଇ ଦଳରେ ବିଭକ୍ତ ହୋଇ ଯାଉଥିବା ଏହି ଦଳ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ଗସ୍ତ କରିସାରିବା ପରେ ୨୧ ତାରିଖ ଦିନ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୨ ତାରିଖ ଦିନ ଭୁବନେଶ୍ୱର ଫେରିବେ । ୨୩ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ବରିÂ ପଦାଧିକାରୀମାନଙ୍କ ସହିତ ସେମାନଙ୍କ ଗସ୍ତ ବିବରଣୀ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।