ଗଞ୍ଜାମ, ଆରୋଗ୍ୟ ଭାରତୀ ପକ୍ଷରୁ ବ୍ରହ୍ମପୁର ହରିହର ନଗର କାର୍ଯ୍ୟାଳୟରେ ଜିଲା ସଭାପତି ଡାକ୍ତର ନକୁଳ ସାହୁଙ୍କ ସଭାପତିତ୍ୱରେ ସ୍ୱାସ୍ଥ୍ୟ ଓ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ପ୍ରାନ୍ତ ସଭାପତି ଡାକ୍ତର ଏ. ବାଳକୃଷ୍ଣ, ଆରୋଗ୍ୟ ମିତ୍ର ପ୍ରମୁଖ ଡାକ୍ତର ହୃଷୀକେଶ ମହାନ୍ତି ଜିଲ୍ଲା ସଂପାଦକ ତପନ କୁମାର ପାଢୀ ବୈଠକରେ ମଂଚାସୀନ ହୋଇ ଥିଲେ । ଆରୋଗ୍ୟ ଭାରତୀ ପକ୍ଷରୁ ବିଗତ ଦିନରେ ସ୍ୱାସ୍ଥ୍ୟ, ଜନହିତକର କାର୍ଯ୍ୟ ଓ କରୋନା ପ୍ରତିରୋଧକ ପାଇଁ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରାଯିବା ସହ ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ପରିଶେଷରେ ସଂପାଦକ ତପନ କୁମାର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।