ପୁରୀ, ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଉପ ନିର୍ବାଚନରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଏବଂ ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି ପିପିଲିରେ ପହଂଚି ଏହାର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ଆଜି ଏହି ଗସ୍ତରେ ପୋଲିସ ଡିଜି ଅଭୟଙ୍କ ସହିତ ଏଡିଜି (ଆଇନ ଶୃଙ୍ଖଳା) ଜଶୱନ୍ତ ଜେଠୱା, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଧାକାନ୍ତ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସମୀକ୍ଷା ପରେ ଉପ ନିର୍ବାଚନ ପାଇଁ ପୋଲିସର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ପିପିଲିରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ । ୧ ପ୍ଲାଟୁନ ସୁଇଫ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳିକୁ ଏକାଧିକ ଜୋନ୍ ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟୀତ୍ୱରେ ଦୁଇ ଜଣ ଅତିରିକ୍ତ ଏସପି ଓ ତିନି ଜଣ ଡିଏସପି ରହିଛନ୍ତି ।