-
ମନ୍ତ୍ରୀଙ୍କ ପାନୀୟ ଜଳ ଯୋଗାଣ ସମୀକ୍ଷା
ଅପରପକ୍ଷରେ ପାନୀୟ ଜଳ ଯୋଗାଣ ପାଇଁ ୩ ଟି ଟୋଲ ଫ୍ର୍ରି ନମ୍ବର ଜାରି କରାଯାଇଛି । ଗ୍ରାମାଚଂଳରେ ଜଳେଯାଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ ।ସହରାଚଂଳରେ ପାନୀୟ ସଂପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦୁଇଟି ଦେୟମୁକ୍ତ ଟେଲିଫୋନ ରହିଛି ।
ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଜଳକ୍ଳିଷ୍ଟ , ନୂତନ ଭାବେ ଗଢି ଉଠିଥିବା ପଡାଗ୍ରାମ ଓ ୭୦ ରୁ ଅଧିକ ଜନ ସଂଖ୍ୟା ପାଇଁ ଏକ ନୂତନ ନଳକୂପ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୌରଚାଳିତ ନଳକୂପ ଗୁଡିକୁ ୧୫ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଗ୍ରାମପଚାଂୟତ , ବ୍ଲକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି , ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଆହୁରିମଧ୍ୟ ପ୍ରତି ଶନିବାର ବ୍ଲକ୍ ସ୍ତରରେ ଓ ମଙ୍ଗଳବାର ଜିଲ୍ଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି ।
ରାଜ୍ୟର ୧୧୪ ଟି ସହରାଚଂଳ ମଧ୍ୟରୁ ଆଜି ସୁଦ୍ଧା ୯୪ ଟି ସହରାଚଂଳରେ ୬୫୦ ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି । ମୋଟ ୧୨ ଲକ୍ଷ ୧୭ ହଜାର ଗୃହ ମଧ୍ୟରୁ ୮,୩୦,୦୦୦ ଗୃହକୁ ପାନୀୟ ଜଳ ସଂଯୋଗ କରାଯାଇଛି । ସହରାଚଂଳରେ ଥିବା ୩୬୯୩୨ ଟି ନଳକୂପକୁ କାର୍ଯ୍ୟକ୍ଷମ ରଖା ଯାଇଛି । ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କାରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ ଗୋଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି । ୧୫୬ ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟଜଳ ସଂପର୍କରିତ ଅଭିଯୋଗ ଗ୍ରହଣ ଓ ୨୪ ଘଂଟା ମଧ୍ୟରେ ସମାଧାନ ବ୍ୟବସ୍ଥା କରାଯାଇଛି । ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ନିୟମିତ ଭାବେ ପରୀକ୍ଷା କରାଯାଉଛି । ୨୬ ଟି ସହର ପାଇଁ ବିଭିନ୍ନ ନଦୀରେ ୩୦ ଗୋଟି କ୍ରସବନ୍ଧ ନିର୍ମାଣ କରାଯାଇ ଗ୍ରୀଷ୍ମ ସମୟରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି ।