ପିପିଲି-ଡେଲାଙ୍ଗ/ଭୁବନେଶ୍ୱର, ପିପିଲି ଉପନିର୍ବାଚନରେ ବିଜେପି ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ପ୍ରଚାରର ମଙ୍ଗ ଧରିବେ । ଶ୍ରୀ ଓରାମଙ୍କ ସହ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ ହୋଇ ନିର୍ବାଚନୀ ପ୍ରଚାରକୁ ଆହୁରି ବ୍ୟାପକ କରିବେ । ଶ୍ରୀ ଓରାମ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର, ଦୁର୍ଗାଦାସପୁର, କୁଳଶ୍ରୀପାଟଣା ଓ ଦାଣ୍ଡମୁକୁନ୍ଦପୁର ପଂଚାୟତରେ ଆୟୋଜିତ ନିର୍ବାଚନୀ ସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
Related Stories
November 23, 2024