-
ନାଗାସାଧୁ ଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି -ନୌସେନା ଅଧିକାରୀ,
ନାଗାସାଧୁ ବୈଷ୍ଣବ ପୁରୀ ଜେଲରେ ରହୁଥିବା ବେଳେ ତାଙ୍କୁ ଜେଲରୁ ଛାଡିବା ପାଇଁ ଦାବୀ ହୋଇଥିଲା |ଏହି ଦାବୀକୁ କିଛିଦିନ ବିତିଯିବା ପରେ ନାଗା ସାଧୁ ବୈଷ୍ଣବ ପୁରୀ ଙ୍କୁ ମାନସିକ ବିକୃତ କହି ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି |ମେଡିକାଲ ରେ ଭର୍ତ୍ତି ହେବାପରେ ମଧ୍ୟ ନାଗା ସାଧୁ ବୈଷ୍ଣବ ପୁରୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ରୋହିଣୀ କୁଣ୍ଡ ଭକ୍ତ ମାନଙ୍କ ନିମନ୍ତେ କାହିଁକି ଖୋଲାଯାଇନାହିଁ |ଏଥି ସହିତ ସେ ଦାବୀ କରିଛନ୍ତି ଯେ ଓଡିଶାରେ ଗୋ ଚାଲାଣ ବନ୍ଦ କରାଯାଉ | ସନାତନ ହିନ୍ଦୁ ଧର୍ମରେ ଗୋମାତା ଙ୍କୁ ମା ବୋଲି ମାନୁଥିବା ବେଳେ ଗୋମାତା ଙ୍କୁ ଗମ୍ହା ପୂର୍ଣ୍ଣିମା, ଗୌଡ଼ ପୂର୍ଣ୍ଣିମା ଭଳି ଦିନ ମାନଙ୍କରେ ପୂଜା କରାଯାଏ |
ଓଡିଶାରୁ ହଜାର ହଜାର ସଂଖ୍ୟାରେ ଗୋଚାଲାଣ ହେଉଥିବା ବେଳେ ଓଡିଶା ପୋଲିସ କିଭଳି ଜାଣିପାରୁନାହାନ୍ତି ବୋଲି ନାଗାସାଧୁ ବୈଷ୍ଣବ ପୁରୀ ପ୍ରଶ୍ନ କରିଛନ୍ତି |ମେଡିକାଲରେ ରହି ମଧ୍ୟ ଅମରଣ ଅନଶନ କରିବେ ବୋଲି ନିଜର ମତ ରଖିଛନ୍ତି ନାଗା ସାଧୁ ବୈଷ୍ଣବ ପୁରୀ |ନାଗାସାଧୁ ଙ୍କ ଉପରେ ଲାଗିଥିବା ବିଭିନ୍ନ ଦଫାକୁ ବିରୋଧ କରି ନୌସେନା ଅଧିକାରୀ କହିଛନ୍ତି ଯେ ଯଦି କେହି ହତ୍ୟା ଓ ବଳାତ୍କାର ଭଳି ଜଘନ୍ୟ ଅପରାଧ କରି ଜେଲରୁ ମୁକ୍ତି ପାଇପାରୁଛି ତାହେଲେ ଜଣେ ସାଧୁ କରିଥିବା ଛୋଟ ଛୋଟ ଭୁଲକୁ ଅତି କଠୋର ପଦକ୍ଷେପ କାହିଁକି? କରଣ ସେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯାଇ ରଥଯାତ୍ରା କରିବା ପାଇଁ ମତ ରଖିଥିବାରୁ ତାଙ୍କୁ ମାଡ ମାରିବା ସହିତ ଯୋଜନା ଵଦ୍ଧ ଭାବେ ଫସାଇ ଦିଆଯାଇଛି ବୋଲି ନୌସେନା ଅଧିକାରୀ କହିଛନ୍ତି |ସେ ସାଧୁଙ୍କୁ ଛାଡ଼ିଦେବା ସହିତ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଦଫାକୁ ଉଠାଇ ଦେବା ପାଇଁ ସେ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ନୌସେନା ଅଧିକାରୀ |