ଗୋଆରେ ଗତ ୨୪ ଘଂଟାରେ ୫୪୦ କରୋନାର ନୂଆ ମାମଲା
ପାଣଜୀ ,ଗୋଆରେ ଗତ ୨୪ ଘଂଟାରେ ୫୪୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୧,୭୭୯ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୮୪୧ ଜଣ ମୃତ୍ୟୁବରଣ କରିଛନ୍ତି ।
ଗୁଜରାତରେ ଗତ ୨୪ ଘଂଟାରେ ୫୦୧୧ କରୋନାର ନୂଆ ମାମଲା
ଗାନ୍ଧୀନଗର , ଗୁଜରାତରେ ଗତ ୨୪ ଘଂଟାରେ ୫୦୧୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫,୧୨୯ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା କାରଣରୁ ୪,୫୩୯ ଜଣ ମୃତ୍ୟୁବରଣ କରିଛନ୍ତି ।
ଆସାମରେ କରୋନାର ମାମଲା ୨,୧୯,୯୫୮ ରେ ପହଂଚିଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୪୦୫ ଟି ନୂଆ ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨,୧୯,୯୫୮ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।