କେନ୍ଦ୍ରାପଡା-କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଶ୍ରୀ ବଳଦେବଜୀୟୁଙ୍କ ପୀଠ ସମେତ ଏହି କ୍ଷେତ୍ର ସହିତ ସଂପର୍କରେ ଥିବା ୧୦ଟି ଐତିହାସିକ ପୁଷ୍କରିଣୀ, ଅନ୍ୟନ୍ୟା ଦେବାଦେବୀଙ୍କ ମନ୍ଦିର ଗୁଡିକର ବିକାଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ଖୁବ୍ କମ୍ରେ ୨୦୦ କୋଟି ଟଙ୍କା ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଗବେଶକ ଡ଼ଃ ବାସୁଦେବ ଦାସ ଏହି ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ରାପଡା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଭୂମି ହୋଇଥିବା ବେଳେ ଶ୍ରୀ ବଳଦେବଜୀୟୁ ମନ୍ଦିରର ବିକାଶ ପାଇଁ ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହି ପୀଠର ବିକାଶ ସହ ମନ୍ଦିର ଚତୁଃପାଶ୍ୱର୍ ପ୍ରଶସ୍ତିକରଣ, ଭଗ୍ନ ମନ୍ଦିର ଗୁଡିକ ପୁନଃରୁଦଯଦାର, ଶ୍ରୀ ବଳଦେବଜୀୟୁ ମନ୍ଦିର ଠାରୁ ଝଙ୍କଡ ଶାରଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ, ବାରଙ୍ଗଗଡର ଖନନ ଓ ପ୍ରତ୍ନତତ୍ୱ ଅନ୍ୱେଷଣ ଆଦିକାର୍ଯ୍ୟ ପାଇଁ ଖୁବ୍ କମ୍ରେ ୨୦୦ କୋଟି ଟଙ୍କା ଅନୁମୋଦନ ଦେବାକୁ ଡ଼ଃ ଦାସ ଦାବି ଜଣାଇଛନ୍ତି । ଏହି ଦାବି ସମୟରେ ଡ଼ଃ ନନ୍ଦ କିଶୋର ପରିଡା, ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, କରୁଣାକର ଦାସ, ରବି ନାରାୟଣ ପତି, ରବିନ୍ଦ୍ର କିଶୋର ଶ୍ରୀଚନନ୍ଦନ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।