-
୨ କିଙ୍ଗପିନ୍ ଗିରଫ
ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାର ଏୟାରଷ୍ଟ୍ରିପ୍ରେ ଗତ ଏପ୍ରିଲ୍ ୩ତାରିଖରେ ୩ଦିନଧରି ଚାଲିଥିବା ସେନାବାହିନୀରେ ନିଯୁକ୍ତି ରାଲିରେ ଶିକ୍ଷାଗତ ସାର୍ଟିଫିକେଟ ଯା* ସମୟରେ ନିଯୁକ୍ତିମେଳାରେ ଅ˚ଶ ଗ୍ରହଣ କରିଥିବା ଯୁବକମାନେ ଶାରିରୀକ ପରୀକ୍ଷାରୁ ଉୀର୍ଣ୍ଣ ପରେ ସେମାନଙ୍କର ବୟସଗତ ପ୍ରମାଣପତ୍ର ଏବ˚ ମାଟ୍ରିକ ସାର୍ଟିଫିକେଟ ଯା* ବେଳେ ଓଡ଼ିଶାରୁ ଏବ˚ ଆନ୍ଧ୍ରରୁ ଦୁଇଟି ଲେଖାଏଁ ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର ଥିବା ଜଣାପଡ଼ିବାରୁ ୭ଜଣ ଯୁବକଙ୍କ ବିରୋଧରେ ଗୋପାଳପୁର ଥାନାରେ ସେନା ବାହିନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପ୍ରକାରେ ଗୋପାଳପୁର ଥାନା ପୁଲିସ କେସ୍ ନ˚ ୬୦/୨୧ ମାମଲା ରୁଜୁକରି ୭ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲେ ା ସୂଚନାଥାଉକି, ସେନା ବାହିନୀର ମିଲେଟାରୀ ଇ[ଲିଜେସନ୍ସି ବିଭାଗ ହାତରେ ଏହି ନକଲି ର୍ୟାକେଟ୍ର ସୁରାକ ମିଳିବାପରେ ସେନା ବିଭାଗ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା ା ଗିରଫ ୭ଜଣଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଗାନ୍ଧୀନଗର ଷଷ୍ଠ ଲାଇନ୍ରେ ଥିବା ରାଘବେନ୍ଦ୍ର ଏକାଡେମୀର ମୁଖ୍ୟ ଏସ୍.ଶଙ୍କର ରାଓ ଏମ୍.ଲାବଣ୍ୟ କୁମାରଙ୍କୁ ଗିରଫକରି ଶୁକ୍ରବାର କୋର୍ଟଚାଲାଣ କରିଥିବା ଜଣାପଡିଛି ା ସୂଚନା ପ୍ରକାରେ, କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହରିୟାନା ଠାରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲି˚(ଏନ୍ଆଇଓଏସ୍)ରେ ନାମ ଲେଖାଇବା ପାଇଁ ଗାନ୍ଧୀ ନଗରରେ ରାଘବେନ୍ଦ୍ର ଏକାଡେମୀ ନାମରେ ଏକ ଶାଖା ଅଫିସ୍ ଖୋଲି ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିଲେ ଶଙ୍କର ଓ ଲାବଣ୍ୟ ା ସେମାନେ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକଙ୍କ ନକଲି ଦସ୍ତଖତ ଓ ସିଲ୍ ପ୍ରସ୍ତୁତକରି ଜନ୍ମ ତାରିଖକୁ ବଦଳାଇ ଟ୍ରାନ୍ସଫର ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ ା ଏହି ରାକେଟ୍ରେ ଗିରଫ ଲାବଣ୍ୟଙ୍କ ଘର ଇଚ୍ଛାପୁର ହୋଇଥିବା ବେଳେ ଶଙ୍କରଙ୍କ ଘର ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ବୋଲି ଜଣାପଡିଛି ା ପୁଲିସ୍ ସେମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ସହ ନକଲି ସାର୍ଟିଫିକେଟ୍ ସବୁ ଜବତ କରିଛି ା ତେବେ ସେନାବାହିନୀରେ ନିଯୁକ୍ତି ପାଇଁ ସାମିଲ୍ ହୋଇଥିବା ଯୁବକମାନେ ଏହି ରାକେଟ୍ରେ ସମ୍ପୃକ୍ତ ଥିବାରୁ ପୂର୍ବରୁ ୭ଜଣକୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ବେଳେ ଶୁକ୍ରବାର ରାକେଟ୍ର କିଙ୍ଗପିନ୍ କୁହାଯାଉଥିବା ଶଙ୍କର ଓ ଲାବଣ୍ୟଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ା ତେବେ ସେନାବାହିନୀର ମିଲିଟାରୀ ଇ[ଲିଜେନ୍ସ ବିଭାଗର କର୍ମର୍କାମାନେ ଏହି ରାକେଟ୍ର ସୁରାକ ପାଇ ସେନା ଅଧିକାରୀଙ୍କୁ କହିବାପରେ ସେନା ଅଧିକାରୀଙ୍କ ଅଭିଯୋଗକୁ ଭିିକରି ଗୋପାଳପୁର ପୁଲସ୍ ଏପରି ଏକ ବଡ ରାକେଟ୍ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିବା କୁହାଯାଇଛି ା