ଭୁବନେଶ୍ୱର, ବିଏମସି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନେଇ ର ଗାଇଡଲାଇନ୍ । ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ କରିବାକୁ ବିଏମି ପକ୍ଷରୁ ଅନୁମତି ପ୍ରଦାନ କରା ଯାଇଛି । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବିନାଭକ୍ତରେ ହେବ ରୁକୁଣା ରଥଯାତ୍ରା । ରଥଟଣାରେ କୌଣସି ଶ୍ରଦ୍ଧାଳୁ ଭାଗ ନେଇପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ରଥ ଟଣା ଓ ଫେରିବା ବେଳେ କୌଣସି ଭକ୍ତ ସାମିଲ୍ ହେବେନାହିଁ, କେବଳ ସେବାୟତ ରଥ ଟଣା ଓ ଫେରିବାରେ ସାମିଲ୍ ହେବେ ।ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହି ଟେଷ୍ଟରେ ନେଗେଟିଭ ଆସିଥିବା ସେବାୟତ ମାନେ ହିଁ ଏଥିରେ ରହି ପାରିବେ ।