ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଳାରେ ଆଜି ପୁଣି ଲାଲବାହିନୀର ଆତଙ୍କରାଜ ଦେଖିବାକୁ ମିଳିଛି । ଯବାନଙ୍କୁ ଅପରହଣ କରି ମୁକ୍ତ କରିବାକୁ ୨୪ ଘଂଟା ନ ବିତୁଣୁ ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି ।ଖବର ମୁତାବକ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ଅନ୍ତର୍ଗତ କମକାନାର ଅଂଚଳରେ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛନ୍ତି । ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଜଣଙ୍କ ନାଁ ସାରଦା ବୋଲି ସ୍ପଷ୍ଟ ହୋଇଛି । ଅପହରଣ ଘଟଣା ଉପରେ ପୋଲିସ ନଜର ରଖିଥିବା ବିଜାପୁର ଏସପି କମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି । ବର୍ତମାନ ଅପହୃତ ମାନଙ୍କ ସମ୍ପର୍କରେ କୋଣସି ଖବର ମିଳିନାହିାଁ