
ଭୁବନେଶ୍ୱର, ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜର ଜାତୀୟ ସେବା ଯୋଜନା ତରଫରୁ କରୋନା ଟୀକା ନେବା ପାଇଁ ଏକ ସେଚତନତା କାର୍ଯ୍ୟକ୍ରମ ଜରିପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଓ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ କାହ୍ନୁଚରଣ ମିଶ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ । ଜରିପାଟଣା ଗ୍ରାମରେ ଟୀକା ନେବା ପାଇଁ ଲୋକମାନଙ୍କୁ ଏକତ୍ରିତ କରି ସେମାନଙ୍କ ମଧ୍ୟରେ ଟୀକା ନେବାର ଆଗ୍ରହ ସୃଷ୍ଟି କରିଥିଲେ । ଲୋକମାନେ ଅନେକ ସହଯୋଗ ସହିତ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କରୋନା ସମ୍ପର୍କରେ ଅନେକ ପ୍ରଶ୍ନ ମଧ୍ୟ କରିଥିଲେ । ଜାତୀୟ ସେବା ଯୋଜନାର ପ୍ରଦ୍ୟୁମ୍ନ ଗୌଡ଼, ବିଜୟଲକ୍ଷ୍ମୀ ମହାପାତ୍ର, ସୁପ୍ରିୟା ପଲାଇ, ରାଜେଶ୍ୱରୀ, ପିଙ୍କି, ପ୍ରିୟଙ୍କା ଓ ନରେଶ ସିଂ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।