
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୯୨୪ ରେ ପହଂଚିଛି । ତେବେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣରେ କନ୍ଧମାଳ ଜିଲ୍ଲାରେ ମୋଟ୍ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୩୦ ଜଣ ଚିକିତ୍ସାଧିନ ରହିଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଥିବା ନେଇ ଜିଲ୍ଲା ଚିକିତ୍ସା ବିଭାଗ ସୂତ୍ରରୁ ଜଣାପଡିଛି । ତେବେ ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରୁ ସର୍ବାଧିକ ୩ ଜଣ ରହିଥିବାବେଳେ ବାଲିଗୁଡା, କ.ନୁଆଗାଁ ଏବଂ ଟିକାବାଲି ଅଂଚଳରୁ ଜଣେ ଲେଖାଏଁ ଏବଂ ଭୁବନେଶ୍ୱର ସମ ହସପିଟାଲରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।