ନୟାଗଡ଼ – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି । ଏକ ସାଙ୍ଗରେ ୮ଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ନୟାଗଡ଼ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ, ସରକାରୀ କ୍ୱାଟର୍ସ ଓ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ହୋଇଛି । ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି । ଯନ୍ତ୍ରୀ ବିନୟ ଦୀର୍ଘ ଦିନ ହେଲା ନୟାଗଡ଼ରେ କାର୍ଯ୍ୟନିର୍ବାହି ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 23, 2024