
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଆଜି ନୂଆ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବାରେ ସେମାନେ ହୋମଆଇସୋଲେସନରେ ଚିକିତ୍ସାଧିନ ରହିଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮୦ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଂଚଳର ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଏବଂ ଫୁଲବାଣୀର ଜଣେ ମହିଳା ଓ ଜଣେ ପରୁଷ ରହିଛନ୍ତି । ଅଦ୍ୟାବଧି ଜିଲ୍ଲାରୁ ୫୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୩ ଜଣ ଚିକିତ୍ସାଧିନ ରହିଛନ୍ତି । ଇତିମଧ୍ୟରେ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଛି ।