
ଗଞ୍ଜାମ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚଳିତ ବର୍ଷ ବାରୁଣୀ ସ୍ନାନ ଯୋଗ ପଡିଛି । ବାରୁଣୀ ସ୍ନାନ ଉପଲକ୍ଷେ ପବିତ୍ର ଋଷିକୂଲ୍ୟା ଓ ବାହୁଦା ନଦୀର ଉତରବାଙ୍କ ଠାରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ବୁଡ଼ ପକାଇ ପିତୃପୁରୁଷଙ୍କ ଅସ୍ଥି ବିସର୍ଜ୍ଜନ କରି ଶ୍ରାଦ୍ଧ, ପିଣ୍ଡଦାନ ଓ ତିଳତର୍ପଣ ଏବଂ ଦାନଧର୍ମ କ୍ରିୟା ସମ୍ପନ୍ନ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ଆସିକା, ପ୍ରତାପପୁର, କାଞ୍ଜିଆମ୍ମା ଓ ବାହୁଦା ନଦୀରେ ବୁଡ଼ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । ଫଳରେ ଲୋକେ ସେଠାକୁ ଯାଇ ବୁଡ଼ ପକାଇବା ଓ ଦୋକାନ ବଜାର ଖୋଲିବା ଉପରେ ରୋକ୍ ଲାଗିଛି ।