
ଯାଜପୁର, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନକୁ ବାରଣ କରିଛନ୍ତି ଯାଜପୁର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର । ଆସନ୍ତାକାଲି ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବାବେଳେ ଦଶ୍ୱାସମେଧ ଘାଟରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । ଏହା ସହିତ ମେଳା ପଡ଼ିଆରେ ଗହଳିକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ରୋକିବାକୁ ସେଠାରେ ୧୪୪ ଧାରା ଜାରୀ କରିଛନ୍ତି ଉପଜିଲ୍ଲାପାଳ ।