
ଭୁବନେଶ୍ୱର. ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆ ଯାଇଛି । କାର୍ଯ୍ୟାଳୟର ଉଭୟ ତଳ ଓ ପ୍ରଥମ ମହଲା କୋଠାକୁ ଆଜିଠାରୁ ଅର୍ଥାତ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି ।ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଦୁଇ ଦିନ ଅଫିସ ସିଲ୍ ହୋଇଥିବା ବେଳେ ୧୦ ତାରିଖ ଦ୍ୱିତୀୟ ଶନିବାର ଓ ୧୧ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ ରହିବ ।ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ବିଏମସ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାକୁ ସିଲ କରିଥିଲା ୪ ତାରିଖରୁ ୬ ତାରିଖ ଦୁଇ ଦିନ(୪୮ ଘଂଟା) ପାଇଁ ଏହି ଶାଖାକୁ ସିଲ କରାଯାଇଥିଲା । ତେଣୁ ଲୋକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ନଆସି ଅନଲାଇନରେ କାରବାର କରିବାକୁ କୁହାଯାଇଥିଲା । ଏବେ ପୁଣି ଥରେ ସେହି ଶାଖାକୁ ୪୮ ଘଂଟା ପାଇଁ ସିଲ୍ କରାଯାଇଛି ।